କନକ ବ୍ୟୁରୋ: ରାଜ୍ୟପାଳଙ୍କ ଗଣେଶୀଲାଲଙ୍କ ପତ୍ନୀଙ୍କ ପରଲୋକ । ଗତକାଲି ରାତିରେ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଯାଇଛି । ନଭେମ୍ବର ପହିଲାରୁ କୋଭିଡରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କ ମରଶରୀରକୁ ରାଜଭବନ ଅଣାଯାଇ ଗାର୍ଡ ଅଫ ଅନର ଦିଆଯାଇଛି ।
ସୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟପାଳ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସେ କହିଛନ୍ତି, ସୁଶୀଳା ଦେବୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ।
ସେପଟେ ସୁଶୀଳା ଦେବୀଙ୍କ ପରଲୋକରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ କରାଯାଇଛିା ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିଥିଲେ । ଶୋକପ୍ରସ୍ତାବକୁ ସମର୍ଥନ କରିଥିଲେ ବିଭିନ୍ନ ଦଳର ନେତା । ସୁଶୀଳା ଦେବୀଙ୍କ ଉଦ୍ଦେଶ୍ୟରେ ଗୃହରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କୁ ସମ୍ମାନ ଜଣାଇ ବିଧାନସଭାକୁ ଦିନ ୩ଟା ଯାଏଁ ମୁଲତବୀ ରଖାଯାଇଛି ।