କନକ ବ୍ୟୁରୋ : ପୁରୀରୁ ନବୀନ ପଟ୍ଟନାୟକ ଲଢ଼ିବା ପ୍ରସ୍ତାବ ପରେ ଜୋର ଧରୁଛି ଚର୍ଚ୍ଚା । ଏହି ପ୍ରସଙ୍ଗରେ ବିଜେଡି ବିଜେଡ଼ି ବିଧାୟକ ଶଶୀ ବେହେରା କହିଛନ୍ତି, ଯେଉଁଠୁ ଚାହିଁବେ ସେଇଠୁ ଲଢ଼ିବେ ସୁପ୍ରିମୋ । ପୁରୀ ଲୋକଙ୍କ ମନରୁ ସ୍ୱତଃ ପ୍ରବୃତ ଭାବେ ଏକଥା ଆସିଛି । ପୁରୀର ବିକାଶକୁ ନେଇ ସେମାନେ ଖୁସି ଅଛନ୍ତି ତେଣୁ ଏମିତି ଆଶା ରଖିଛନ୍ତି । ସେହିପରି ସଂସଦ ଭାବେ ନରେନ୍ଦ୍ର ମୋଦୀଙ୍କ ଲଢ଼ିବାକୁ ନେଇ ସେ କହିଛନ୍ତି, ଏହା ଚର୍ଚ୍ଚାର ବିଷୟ ।

Advertisment

ଗତକାଲି ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିଥିଲେ, ବନାରସରେ ମୋଦୀ ଠିଆ ହେବା ପରେ ବନାରସରେ ବିକାଶ ହେଲା । ଠିକ୍ ସେମିତି ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିଲେ ଶ୍ରୀକ୍ଷେତ୍ରର ବିକାଶ ହେବ । ରାମକୃଷ୍ଣଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଚାହିଁବେ, ସେଠାରେ ଲଢ଼ିପାରିବେ । ଜୟନ୍ତ ଷଡ଼ଙ୍ଗୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ସେ ଶୁଣିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିବେ, ତେବେ ପୁରୀର ଭାଗ୍ୟ ବଦଳିଯିବ ।