କନକ ବ୍ୟୁରୋ : ପୁରୀଠାରେ ଉଦଘାଟିତ ହେଲା ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆସି ମେଡିକାଲ କଲେଜ କ୍ୟାମ୍ପସରେ ଅବତରଣ କରିଥିଲେ । କଲେଜ ପରିସରରେ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ମୁତାବକ ୭୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ମିଶାଇ ୧୦୦ ଜଣ ନାମ ଲେଖାଇଛନ୍ତି । ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । କଲେଜରେ ୪୫୦ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ତାଲା ବିଶିଷ୍ଟ ହଷ୍ଟେଲ ବ୍ୟବସ୍ଥା ହୋଇଛି । କଲେର ନୂଆ କୋଠା ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଲିକାଲ ଜଲେ ଡାକ୍ତରଖାନା ନିର୍ମାଣ କରାଯାଉଛି ।