ଖୋର୍ଦ୍ଧା ଶିଳ୍ପାଞ୍ଚଳ ଠାରେ ଆରମ୍ଭ ହୋଇଛି ରେଡିମେଟ କପଡ଼ା ଫ୍ୟାକ୍ଟ୍ରି : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସ୍ଥାନ ପାଇବେ ୧୩୦୦ ମହିଳା

159

କନକ ବ୍ୟୁରୋ : ୱାଇଲ୍ଡ ଲୋଟସ ଫ୍ୟାସନ ଫାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଛତାବର ଶିଳ୍ପାଂଚଳ ଠାରେ ଆରମ୍ଭ ହୋଇଛି ଏକ ରେଡିମେଟ କପଡ଼ା ଫ୍ୟାକ୍ଟ୍ରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦଘାଟନ କରାଯାଇଛି । ସମ୍ପୂର୍ଣ୍ଣ ଭାବେ ରପ୍ତାନୀ ଉର୍ଦ୍ଦେଶ୍ୟରେ କରାଯାଇଥିବା ଏହି ୟୁନିଟ ଏମଜିଏମ୍ ଗ୍ରୁପର ଏକ ଅଂଶ ଅଟେ । ୩ ଏକର ବିଶିଷ୍ଟ ସ୍ଥାନରେ ତିଆରୀ ହୋଇଥିବା ଏହି କମ୍ପାନୀରେ ୧୮ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

ଯାହା ମଧ୍ୟରେ ୧୩୦୦ ମହିଳା ସ୍ଥାନ ପାଇବେ । ପ୍ରାଥମିକ ଭାବେ ୭୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଉଥିବା ଏହି କମ୍ପାନୀରେ ସମ୍ପର୍ଣ୍ଣ ଦେୟମୁକ୍ତ ଭାବରେ ତାଲିମର ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରାୟ ୯୫୦ ସିଲେଇ ମେସିନକୁ କପଡା ତିଆରୀ ପାଇଁ ଏଠାରେ ବ୍ୟବହାର କରାଯିବ । ଆନ୍ତଜାର୍ତୀୟ ମାନର ବ୍ରାଣ୍ଡ ଗୁଡ଼ିକୁ କପଡ଼ା ଯୋଗାଇ ଦେବାରେ ଏହା ମୁଖ୍ୟ ଭୂମିକା ନେବ ବୋଲି କହିଛନ୍ତି ଏମଜିଏମ ଗ୍ରୁପର ଅଧ୍ୟକ୍ଷ ପଙ୍କଜ ମହାନ୍ତି ।