ନୟାଗଡର ୮ଟି ସ୍କୁଲ ହେଲା ସ୍ମାର୍ଟ ସ୍କୁଲ । ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

97

କନକ ବ୍ୟୁରୋ : ଶିକ୍ଷାର ମାନ ବୃଦ୍ଧି ଉଦ୍ଦେଶ୍ୟରେ ଏବେ ବିଭିନ୍ନ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି ରାଜ୍ୟ ସରକାର । ସେହି କ୍ରମରେ ନୟାଗଡ ଜିଲ୍ଲାର ୮ଟି ସ୍କୁଲକୁ ରୂପାନ୍ତରିକରଣ କରାଯାଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏନେଇ କୁରାଳ ନୋଡାଲ ହାଇସ୍କୁଲ ଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଯୋଗ ଦେଇ ସ୍କୁଲଗୁଡିକୁ ଲୋକାର୍ପିତ କରିଛନ୍ତି ।

ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଅନ୍ୟାନ୍ୟ ଅଧିକାରୀ ସ୍କୁଲ ଗୁଡିକର ଏହି ରୂପାନ୍ତରୀକରଣ ପିଲାଙ୍କ ଶିକ୍ଷା ଦିଗରେ କିପରି ସହାୟକ ହେବ ସେ ବିଷୟରେ କହିଛନ୍ତି । କୁରାଳ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରି ଯୋଗ ଦେଇଥିଲେ ।