କନକ ବ୍ୟୁରୋ : କରୋନା ସହ ଲଢେଇ ଭିତରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ । ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାର ୫ଟି ସହରରେ ଏଣିକି ଘରେ ବସି ରୋଗୀ ପାଇପାରିବେ ଅକ୍ସିଜେନ୍ । ଏହି ସହର ଗୁଡିକ ହେଉଛି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର । ଏହି ସହର ଗୁଡିକରେ ମୁଖ୍ୟମନ୍ତ୍ରୀ ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିବା ସହ ଏହା ଭବିଷ୍ୟତରେ କରୋନା ବିରୋଧୀ ଲଢେଇରେ ସହଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/odisha-cm-2.jpg)