ଭୁବନେଶ୍ୱରର ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଯୁବପିଢୀଙ୍କୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିକ କରିବା ପାଇଁ ଉଦ୍ୟମ

Advertisment
ଭୁବନେଶ୍ୱରର ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଯୁବପିଢୀଙ୍କୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିକ କରିବା ପାଇଁ ଉଦ୍ୟମ

କନକ ବ୍ୟୁରୋ: ଭୁବନେଶ୍ୱରରେ ଖଣ୍ଡଗିରିରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମତ ହୋଇଛି ଏହି ସଂଗ୍ରହାଳୟ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ  ଜୟନ୍ତି ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଏହି ଶାନ୍ତି କେନ୍ଦ୍ରକୁ ସ୍ଥାପିତ କରାଯାଇଛି ବୋଲି ବିର୍ଲାଗ୍ରୁପର ଶ୍ରୀମତି ରାଜଶ୍ରୀ ବିର୍ଲା କହିଛନ୍ତି । ଶାନ୍ତି କେନ୍ଦ୍ରକୁ ପରିଦର୍ଶନ;ରେ ଆସୁଥିବା ଲୋକ ମାନେ ଗାନ୍ଧିଜୀଙ୍କ ନୀତି ଆର୍ଦଶ ଓ ଅହିଂସା ଉପରେ ଗାନ୍ଧିଜୀଙ୍କ ଭାବକୁ ଭଲ ଭାବରେ ଅନୁଭବ କରିପାରିବେ ।

publive-image

ସେପଟେ ମୁଖ୍ୟମନ୍ତୀ ଏହାକୁ ଉଦଘାଟନ କରିବା ସହିତ ନିଜେ ସବୁ ରୁମକୁ ବୁଲିକି ଦେଖିଥିଲେ । ସେପଟେ କିଛି ସମୟ ପାଇଁ ଗାନ୍ଧୀଜିଙ୍କ ପତିମୂର୍ତି ସହିତ ବି ଫଟୋ ଉଠାଇଥିଲେ । ମଙ୍ଗଳବାର ଠାରୁ ରବିବାର  ପର୍ଯ୍ୟନ୍ତ ଦିନ ୧୧ଟାରୁ ସଂନ୍ଦ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଯାହା ଫଳରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ ।

publive-image

ଏଠାରେ ଆମେ କହି ରଖୁଛୁ କି, ୨୦୧୩ ମସିହାରେ ନିର୍ମାଣ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ର ପାଞ୍ଚ ବର୍ଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ପରେ ଖଣ୍ତଗିରି ନିକଟସ୍ଥ ‘ବ୍ୟାଖ୍ୟାନ କେନ୍ଦ୍ର’ରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ପ୍ରତିଷ୍ଠା ହେବାର ନିଷ୍ପତ୍ତି ‌ହେଲା। ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏ ନେଇ ‘ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌’ ସହ ଆଲୋଚନା କଲା ପରେ ଫାଉଣ୍ଡେସନ୍ ଏହାକୁ ନୂଆ ରୂପ ଦେବାକୁ ସମ୍ମତି ପ୍ରକାଶ କରିଥିଲା। ତାହା ପରେ ୨୦୧୭ ମେ’ ମାସରେ ‘ପର୍ଯ୍ୟଟନ ବିଭାଗ’ ଓ ‘ଆଦିତ୍ୟ ବିର୍ଲା ଫାଉଣ୍ତେସନ୍‌’ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହେଲା। ୨୦୧୮ ଡିସେମ୍ବର ସୁଦ୍ଧା ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ସେଥିରେ ବିଳମ୍ବ ‌ହୋଇଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ଏହା ସର୍ବସାଧାରଣଙ୍କ ପାଇଁ ଖୋଲିଛି। ଏହା ଦ୍ବାରା ସର୍ବସାଧାରଣରେ ଗାନ୍ଧୀଜୀଙ୍କ ମୂଳନୀତିର ପ୍ରଚାରପ୍ରସାର ହେବା ସହ ବିଦେଶରେ ମଧ୍ୟ ଗାନ୍ଧୀ ନୀତି ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe