କନକ ବ୍ୟୁରୋ: ଉଦଘାଟିତ ହେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ରାଉରକେଲାରେ ବିରାଟ ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସାଧାରଣ ଜନତାଙ୍କ ପାଇଁ ଏହି ଷ୍ଟାଡିୟମ ଉତ୍ସର୍ଗୀକୃତ । ରାଉରକେଲାରେ ହକି ବିଶ୍ୱକପ୍ ହେବାକୁ ଯାଉଛି ଆପଣମାନେ ଖୁସି ତ ? ହକି ମହାକୁମ୍ଭକେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ବିର୍ସାମୁଣ୍ଡା ଗ୍ରାଉଣ୍ଡ ଓଡିଶା ହକିର ଏନ୍ତୁଡିଶାଳ ଥିଲା ଏବେ ଭାରତୀୟ ହକିର ହୋମ୍ ଗ୍ରାଉଣ୍ଡ ହେବ ।

Advertisment

ତେବେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ଏଥିପାଇଁ ଆଜି ରାଉରକେଲା ଯାଇ ବିଶ୍ୱର ବଡ କହି ଷ୍ଟାଡିୟମ ବିର୍ସାମୁଣ୍ଡ ହକି ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ନବୀନ । ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଏଭଳି ଷ୍ଟାଡିୟମ କରି ସୁନ୍ଦରଗଡବାସୀଙ୍କୁ ଭେଟି ଦେଇଛନ୍ତି ନବୀନ ।

ସେପଟେ ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ଥିବା ବେଳେ ଅତ୍ୟାଧୁନିକ ଓ ସର୍ବୋତ୍ତମ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ହକି ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ନବୀନ ବଡ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପ୍ରଦାନ ନେଇ ନବୀନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଖେଳାଳୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳୀଙ୍କୁ ଭେଟିବା ଅବସରରେ ନବୀନ ଏହି ଘୋଷଣା କରିଛନ୍ତି । ଆଗାମୀ ଜାନୁଆରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଏବଂ ରାଉରକେଲାରେ ମିଳିତ ଭାବେ ବିଶ୍ୱକପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି ।