ନୂଆ ଲୁକରେ ନବୀନ । ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ । 

313

କନକ ବ୍ୟୁରୋ : ନୂଆ ଲୁକରେ ନବୀନ । ଟ୍ରାକ ପ୍ୟାଣ୍ଟକୁ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଟେନିସ କୋର୍ଟ ଓ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ ନବୀନ । ଏହାସହ ଓଡ଼ିଶା ମହିଳା ଫୁଟବଲ ଲିଗ୍ ମ୍ୟାଚ୍ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ନବୀନ । ଖେଳାଳୀଙ୍କ ମନୋବଳ ବଢାଇବାକୁ ସ୍ପୋର୍ଟ ଲୁକରେ କଳିଙ୍ଗ ଷ୍ଟାଡିୟମକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ।ଏହାପୂର୍ବରୁ ନବୀନଙ୍କର ଏଭଳି ଅନ୍ଦାଜ ଖୁବ୍ କ୍ୱଚିତ୍ ଦେଖିବାକୁ ମିଳିଛି ।

କେବଳ ଖେଳାଳୀଙ୍କୁ ଉତ୍ସାହିତ କରିନଥିଲେ ବରଂ ହକି ଷ୍ଟାଡିୟମ ମଧ୍ୟ ବୁଲି ଦେଖିଥିଲେ ନବୀନ । ଏହାପୂର୍ବରୁ ହକିକୁ ନୂଆ ଜୀବନ ଦେଇ ପୂର୍ବରୁ  ପୂରା ବିଶ୍ୱରେ ପ୍ରଂଶସିତ ହୋଇଛନ୍ତି ନବୀନ । ଭାରତୀୟ ହକି ଟିମର ସ୍ପନସର ଦାୟିତ୍ୱ ନେବା  ସହ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଓଡ଼ିଶାକୁ ହକିର ହବ ଭାବେ ଗଢି ତୋଳିଛନ୍ତି ନବୀନ । ଏହାଛଡା ଆଗକୁ କଳିଙ୍ଗ ଷ୍ଟାଡିୟମ ସହ  ସୁନ୍ଦରଗଡରେ ନିର୍ମାଣ ଚାଲିଥିବା ନୂଆ ଷ୍ଟାଡିୟମରେ ହକି ବିଶ୍ୱକପ ଖେଳାଯିବ । ଯେଉଁଥିପାଇଁ ଏବେଠୁ ତତ୍ପର ହୋଇ ଉଠିଛନ୍ତି ମୁଖ୍ୟମନ୍ତ୍ରୀ ।