ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ପରିବାର ପ୍ରତି ଜଣାଇଲେ ସମବେଦନା।

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ମିଲେଟକୁ ପ୍ରଧାନ୍ୟ ଦେଇଥିବାରୁ ଖୁସି ପ୍ରକାଶ କଲେ ନବୀନ

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା ।

ନବୀନ କହିଛନ୍ତି ସେ ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ । ସ୍ୱାସ୍ଥ୍ୟବିଭାଗରେ ସେ ଦକ୍ଷତାର ସହ କାମ କରିଥିଲେ । ଲୋକଙ୍କ ପାଇଁ କେଉଁଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସେ ଚେଷ୍ଟା କରିଥିଲେ । ତାଙ୍କର ଏହି ବିୟୋଗ ରାଜ୍ୟ ପାଇଁ ବଡ କ୍ଷତି । ନବ ଦାସଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe