କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା ।
ନବୀନ କହିଛନ୍ତି ସେ ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ । ସ୍ୱାସ୍ଥ୍ୟବିଭାଗରେ ସେ ଦକ୍ଷତାର ସହ କାମ କରିଥିଲେ । ଲୋକଙ୍କ ପାଇଁ କେଉଁଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସେ ଚେଷ୍ଟା କରିଥିଲେ । ତାଙ୍କର ଏହି ବିୟୋଗ ରାଜ୍ୟ ପାଇଁ ବଡ କ୍ଷତି । ନବ ଦାସଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Naveen-Patnaik-namaste-750x430-1.jpg)