କନକ ବ୍ୟୁରୋ : ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା । ମେଟ୍ରୋର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମେଟ୍ରୋ କାମ ପ୍ରକ୍ରୀୟା ଆଗକୁ ନେବା ପାଇଁ ଆସନ୍ତା ୧୮ ତାରିଖରେ ପ୍ରଥମ ବୈଠକ ବସିବ । ୪ବର୍ଷ ଭିତରେ ମେଟ୍ରୋ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

୨୧୦କୋଟି ବ୍ୟୟ ବରାଦ ରଖାଯାଇଥିବା ବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ ଟେଣ୍ଡର ପ୍ରକ୍ରୀୟା । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟିତ୍ୱ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିଚାର ବିମର୍ଶ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବାର ଯୋଜନା ରହିଛି । ଏଥିରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳି କରିବ ।