ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ ଓଡିଆ ଖାଦ୍ୟ ‘ପଖାଳ’ : ଓଟିଡିସିର ରୋଷେଇ କାର୍ଯ୍ୟକ୍ରମରେ ଦେଲେ ବାର୍ତ୍ତା; କହିଲେ, ଓଡିଶା ଜଗନ୍ନାଥଙ୍କ ଦେଶ, ଓଡିଆ ଖାଦ୍ୟର ଅଛି ସ୍ୱତନ୍ତ୍ର ପରିଚୟ

923

କନକ ବ୍ୟୁରୋ: ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ଆରମ୍ଭ କରୁଛି ସ୍ୱତନ୍ତ୍ର ଅଭିଯାନ । ଆମ ଘର ଆମ ହାଣ୍ଡିଶାଳ ନାଁରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଖାଳ ହେଉଛି ତାଙ୍କ ଖାଦ୍ୟର ପ୍ରଥମ ପସନ୍ଦ । ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଛପନ ଭୋଗୀ । ଓଡିଶା ଖାଦ୍ୟ ରୁଚିର ସ୍ୱତନ୍ତ୍ର ପରିଚୟ ରହିଛି । ଓଡିଶାର ପର୍ବପର୍ବାଣୀ ଓ ପିଠାପଣା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।

ପଖାଳ ହେଉଛି ତାଙ୍କର ପ୍ରଥମ ପସନ୍ଦ । ଓଡିଶା ବାହାରୁ ଆସିଥିବା ଅତିଥିଙ୍କୁ ସେ ଓଡିଆ ଖାଦ୍ୟ ପରଷିଥାନ୍ତି ବୋଲି ବାର୍ତାରେ କହିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶା ପର୍ଯ୍ୟଟନର ପ୍ରଚାର ଦିଗରେ ଅଧିକ ସହାୟକ ହେବ ବୋଲି ମନେ କରାଯାଉଛି । ଲକାଡାଉନ ସମୟରେ ଅନଲାଇନ ମାଧ୍ୟମରେ ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି ।