ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ନୂଆବର୍ଷ ସୁଖ, ସମୃଦ୍ଧ ଓ ପ୍ରଗତିର ବର୍ଷ ହେଉ ।

58

ବିଦାୟୀ ବର୍ଷ ୨୦୨୦ର କଷ୍ଟ ନୂଆ ବର୍ଷ ୨୦୨୧ରେ ଦୂର ହେଉ । ସମସ୍ତଙ୍କ ଜୀବନରେ ଖୁସି ଭଲି ଯାଉ । ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ୨୦୨୧ରେ କରୋନା କଷ୍ଟ ଦୂର ହେଉ ବୋଲି ଆଶା ରଖିଛନ୍ତି । ରାଜ୍ୟର ପ୍ରଗତି ଓ ରାଜ୍ୟବାସୀଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି।