କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଅଧିବେଶନ ପୂର୍ବରୁ ନବୀନ ନିବାସରେ ଭର୍ଚୁଆଲରେ ବିଜେଡି ସଂସଦୀୟ ଦଳର ବୈଠକ ବସିଛି । ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ର ଅବହେଳା କଥା ଉଠାଇଛନ୍ତି । ସଂଘୀୟ ବ୍ୟବସ୍ଥାରେ ଭାରତ ସରକାର ଓଡିଶାକୁ ସହାୟତା କରୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟିକୁ କମ କରିବା ଓ କେନ୍ଦକୁ ସ୍ୱତନ୍ତ୍ର ଫୋକସ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି ।

Advertisment

ସେହିଭଳି ଓଡିଶା ଦେଇ ଯାଇଥିବା ଜାତୀୟ ରାଜପଥ କାମକୁ ଅବହେଳା କରାଯାଉଛି । ୬ ଜିଲ୍ଲାକୁ ରେଳବାଇ ନେଟୱର୍କ ସହ ଯୋଡାଯାଇନାହିଁ । କୋଷ୍ଟାଲ ହାଇୱେ କାମରେ କୌଣସି ଅଗ୍ରଗତି ହୋଇନାହିଁ । ୫ କିଲୋ ଚାଉଳକୁ ବନ୍ଦ କରି ଗରିବଙ୍କ ଉପରେ ପ୍ରହାର କରାଯାଇଛି । ୪ ବର୍ଷ ହେଲା ପିଏମ ଆୱାସ ଯୋଜନାରେ ମଧ୍ୟ ଅବହେଳା ପ୍ରଦର୍ଶନ କରାଯାଉଛି । ୧୫ ଲକ୍ଷ ଦାବି କରାଯାଇଥିବାବେଳେ ୮ ଲକ୍ଷ ମଂଜୁର ହୋଇଛି । କୃଷକ ପ୍ରସଙ୍ଗ ବି ଉଠାଇବା ବିଜେଡି । ଏମଏସପି କ୍ଷେତ୍ରରେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା, ସାର ଯୋଗାଣକୁ ନିୟମିତ କରିବାକୁ ସେ ଦାବି କରିଛନ୍ତି ।