କନକ ବ୍ୟୁରୋ: ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକ ଲେଖିଛନ୍ତି ଗଜପତି ଦିବ୍ୟସିଂ ଦେବ । ଗଜପତିଙ୍କ ଏହି ପୁସ୍ତକର ନାଁ ରହିଛି ‘ମାଜେଷ୍ଟିକ ମାରା’ । ମଶାଇ ମାରାରେ ଭ୍ରମଣ ବେଳର ଫଟୋ ସମ୍ବଳିତ ପୁସ୍ତକକୁ ଉନ୍ମୋଚିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଉନ୍ମୋଚନ କରିବା ବେଳେ କେନିୟାର ଓଡ଼ିଆ ସାଂସଦ ସ୍ୱରୂପ ମିଶ୍ର ଓ ଭାରତରେ କେନିୟାର ରାଷ୍ଟ୍ରଦୂତ ୱିଲି ବେଟ୍ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ପୁସ୍ତକରେ ସ୍ଥାନିତ ହୋଇଥିବା ଫଟୋଗୁଡିକୁ ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂ ଦେଓ ଉତ୍ତୋଳନ କରିଛନ୍ତି । ଏଠାରେ ସୂଚନା ଥାଉ କି ମଶାଇ ମାରା ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମାରେ ରହିଛି ।
ମାରା ନଦୀ ଏହା ମଧ୍ୟ ଦେଇ ପ୍ରବାହିତ ହୋଇଥିବାବେଳେ ଏହି ଅଭୟାରଣ୍ୟରେ ଜେବ୍ରା, ହରିଣ, ହାତୀ, ସିଂହ ଓ ଚିତାବାଘ ପ୍ରମୁଖ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ଏହି ଅଭୟାରଣ୍ୟ ପାଖାପାଖି ୧୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବାବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଯାଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BOOK.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-16-at-10.58.57-AM-300x227.png)
/kanak/media/post_attachments/wp-content/uploads/2019/11/images-1-4-300x168.jpg)