କାଳିଆ ଟଙ୍କା ଘୋଷଣା କଲା ପରେ ଭୂମିହୀନ ଚାଷୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ : ଚାଷୀ ସୁରଥ ମାଝୀ, କହିଲେ ବଡ଼ ଆଶ୍ୱସ୍ତି ଆଣିଦେଇଛି ସରକାରୀ ସହାୟତା

383

କନକ ବ୍ୟୁରୋ : କରୋନା କାଳରେ କାଳିଆ ହିତାଧିକାରୀଙ୍କ ଖାତାକୁ ଯାଇଛି ସରକାରୀ ସହାୟତା । ରାଜ୍ୟର ୧୮ଲକ୍ଷ ଭୂମିହୀନ ଚାଷୀଙ୍କ ପରିବାରକୁ ୩୮୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରତ୍ୟକ ଭୂମିହୀନ କୃଷକ, କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ହଜାରେ ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ୍ ସହାୟତା ରାଶି ପାଇଛନ୍ତି ।

ତେବେ ଟଙ୍କା ପାଇବା ପରେ ଚାଷୀଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଗତକାଲି କାଳିଆ ଟଙ୍କା ଘୋଷଣା କଲା ପରେ ରାଜ୍ୟର ୩ଜଣ ଭୂମିହୀନ ଚାଷୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ସେଥିରେ ସାମିଲ ଥିଲେ ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଜଗତଗଡ ଗାଁର ଚାଷୀ ସୁରଥ ମାଝୀ । ସୁରଥଙ୍କ ଘରେ ପହଚିଂ, ସେ କାଳିଆ ଯୋଜନାରୁ କଣ ଲାଭ ପାଇଛନ୍ତି ।

ସୁରଥ ଜଣେ ଭୂମିହୀନ ଚାଷୀ ହୋଇଥିବା ବେଳେ ସେ କାଳିଆ ଯୋଜାନାରୁ ପ୍ରଥମ କିସ୍ତି ଟଙ୍କା ପାଇ ୧ ଏକର ଜମିରେ ଚାଷ କରି ସେଥିରୁ ବେଶ ଲାଇଭ ପାଇଥିବା କହିଛନ୍ତି । ଆଉ ଦ୍ୱିତୀୟ କିସ୍ତି ଟଙ୍କା ପାଇଲା ପରେ ସେ ଏକ ବଡ ମାଛମରା ଜାଲ କିଣି ନଦୀରୁ ପ୍ରତିଦିନ ମାଛ ମାରିବା ସହିତ ଦିନକୁ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ଏହା ସହ ତୃତୀୟ କିସ୍ତି ଟଙ୍କା ପାଇଲା ପରେ ସେ ଏବେ ଆହୁରି ୨ ଏକର ଜମିରେ ଚାଷ କରିବା ପାଇଁ ମଞ୍ଜି କିଣି ପ୍ରସ୍ତୁତ ହେଉଥିବା କହିଛନ୍ତି ।

ସେହିପରି କାଳିଆ ଟଙ୍କାରୁ ବିଶେଷ ଲାଭବାନ ହୋଇଥିବା ରାୟଗଡ଼ା ବିଷମକଟକର ଚାଷୀ ମାଳତୀ ମେଲେକା । ତାଙ୍କ ସହ ମଧ୍ୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।