ବାଲେଶ୍ୱର ପାଇଁ ଡିଜିଟାଲ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱରବାସୀଙ୍କୁ କଲେ ସମ୍ବୋଧନ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ମାଗିଲେ ଭୋଟ

113

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ବାଲେଶ୍ୱର ବାସୀଙ୍କତୁ ସମ୍ବୋଧନ କରି ସେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କହିଥିଲେ । ଏହାସହ ଏଥର ସେ ବିଜେପୁର ପରି ବାଲେଶ୍ୱର ଦାୟିତ୍ୱ ନେବେ ବୋଲି କହିଛନ୍ତି ।

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଜାଣେ ମୋ ପ୍ରତି ଆପଣଙ୍କର ଭଲ ପାଇବା ଅଛି । ମୁଁ ବାଲେଶ୍ୱର ଯାଇଥିଲେ ଆପଣ ବହୁ ସଂଖ୍ୟାରେ ଆସିଥାନ୍ତେ । ମୁଁ ଚାହେଁନା ଆପଣଙ୍କ ସ୍ୱାସ୍ଥ୍ୟ ବିପଦରେ ପଡୁ । ତେଣୁ କରୋନା ଗଲା ପରେ ମୁଁ ନିଶ୍ଚୟ ଯିବି । ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ । ମୁଁ ତାଙ୍କୁ ବହୁତ ମାନେ । ତାଙ୍କ ରେବତୀ ଗଳ୍ପ ମତେ ବହୁତ ଭଲ ଲାଗେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

୧୯୯୯ ମସିହା ମହାବାତ୍ୟା କଥା ମନେ ପକାଇ ନବୀନ କହିଛନ୍ତି, ୧୯୯୯ରେ ମହାବାତ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ତଥାପି ଆମେ ଆଜି ଛିଡା ହୋଇଛି । ବିପର୍ଯ୍ୟ ପରିଚାଳନାରେ ସାରା ଦେଶ ପାଇଁ ଓଡିଶା ମଡେଲ ପାଲଟିଛି । ଲୋକଙ୍କ ସୁରକ୍ଷାକୁ ଆମେ ପ୍ରାଧାନ୍ୟ