ଏଣିକି ଓଡ଼ିଶାରେ ମାଗଣାରେ ମିଳିବ ବ୍ୟୟ ବହୁଳ ଇକମୋ ଚିକିତ୍ସା : କଟକ ବଡ଼ ଡ଼ାକ୍ତରଖାନାରେ ଇକମୋ ମେସିନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କହିଲେ ଦ୍ୱିତୀୟ ଲହରର ଦୁଃଖ ଦୂର ହୋଇନି, ତୃତୀୟ ଲହର ପାଇଁ ସତର୍କ ରହିବାକୁ ପଡ଼ିବ

248

କନକ ବ୍ୟୁରୋ : ଆଉ ଗୁରୁତର କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଏଣିକି ଓଡ଼ିଶାରେ ସମସ୍ତଙ୍କ ପାଇଁ ମାଗଣାରେ ମିଳିବ ବ୍ୟୟ ବହୁଳ ଇକମୋ ଚିକିତ୍ସା । ଆଜି କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ଏହା ସବୁଠୁ ବଡ ୟୁନିଟ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବା ଦରକାର ନାହିଁ । ଏହି ଚିକିତ୍ସା ପାଇଁ ମେଡିକାଲ ପ୍ରୋଫେସନାଲମାନଙ୍କୁ ନିଯୁକ୍ତ କରାଯାଇଛି । ଇକମୋ ଚିକିତ୍ସା ବହୁତ ବ୍ୟୟ ବହୁଳ କିନ୍ତୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାମ୍ଭବ୍ୟ ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦ୍ୱିତୀୟ ଲହରର ଅନୁଭୂତି ବହୁତ କଷ୍ଟ ଦାୟକ । ଲକଡାଉନ କୋହଳ ହୋଇଛି ହେଲେ ଆମକୁ ସତର୍କ ରହିବାକୁ ହେବ । ଏଥିରେ ପିଲାମାନେ ବେଶି ସଂକ୍ରମଣ ହେବେ ବୋଲି ବିଶେଷଜ୍ଞମାନେ କହୁଥିବାରୁ ଆମକୁ ସତର୍କ ରହିବା ସହ କଡାକଡି ଭାବେ କୋଭିଡ ନିୟମ ପାଳନ କରିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂୁରତା ବଜାୟୀ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଦ୍ୱୀତିୟ ଲହରରେ ଇକମୋ ଚିକିତ୍ସା ପାଇଁ ରାଜ୍ୟରୁ ବହୁ ରୋଗୀ ବାହାରକୁ ଯାଇଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଢେଙ୍କାନାଳର ଦେବକାନ୍ତ ପ୍ରଧାନ, ଭଦ୍ରକର ଅଭିଶେକ ମହାପାତ୍ର, ଅମିତ ପ୍ରଧାନଙ୍କୁ ଇକମୋ ଚିିକିତ୍ସା ପାଇଁ ହାଇଦ୍ରାବାଦ, କୋଲକତା, ଚେନ୍ନାଇ ଯିବାକୁ ପଡିଥିଲା ।

ଏହି ଚିକିତ୍ସା ବହୁ ବ୍ୟୟବହୁଳ । ଏଥିପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ରହିଛି । ଯାହା ରୋଗୀଙ୍କ ପରିବାର ଯୋଗାଇ ଦେବା ସମ୍ଭବ ହେଉନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ ବଡ ମେଡିକାଲ କଟକ ଏସସିବିରେ ଆଜି ଇକକୋ ମେସିନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାରେ ସଂକ୍ରମିତ ହେବା ପରେ ଗୁୁରୁତର ହେଉଥିବା ରୋଗୀ, ହୃଦରୋଗୀ ଓ ଫୁସଫୁସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଏହି ଇକମୋ ସେବା ସହାୟକ ହେବ ।