ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା

176

କନକ ବ୍ୟୁରୋ: ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଏହି ଦମଦାର ବିଜୟ ପରେ ନବୀନ ଟୁଇଟ୍ କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟୁଇଟ୍ କରି ନବୀନ ଲେଖିଛନ୍ତି ଯେ, ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା । ଦଳର ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଏପଟେ ବିସିସିଆଇ ଦଳ ପାଇଁ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହା ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅଷ୍ର୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ଏଥିସହ ଦଳ ୨-୧ରେ ସିରିଜ୍ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି ।