ଝାରସୁଗୁଡା ଉପ-ନିର୍ବାଚନରେ ଦୀପାଳି ଉଡାଇଲେ ବିଜୟ ବାନା । ଫୋନ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ. ଝାରସୁଗୁଡାବାସୀଙ୍କୁ ଦେଲେ ଧନ୍ୟବାଦ ।

ଝାରସୁଗୁଡା ଉପ-ନିର୍ବାଚନରେ ଦୀପାଳି ଉଡାଇଲେ ବିଜୟ ବାନା । ଫୋନ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ. ଝାରସୁଗୁଡାବାସୀଙ୍କୁ ଦେଲେ ଧନ୍ୟବାଦ ।

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

ସେହିଭଳି ଝାରସୁଗୁଡାରେ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ବଳରେ ବିଜୟ ହୋଇଥିବା କହିଛନ୍ତି ଦୀପାଳି । ବାପାଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡାବାସୀ କେତେ ଭଲପାଆନ୍ତି ତାହାର ଉତ୍ତର ଦେଇଦେଲେ ଝାରସୁଗୁଡାବାସୀ । ବିଜେଡି ସବୁବେଳେ ବିକାଶ ପାଇଁ ଲଢିଛି, ବିକାଶକୁ ପ୍ରାଥମିକତା ଦେଇଛି । ଏ ଅଞ୍ଚଳରେ ବିକାଶ ପୁରୁଷଙ୍କ ପାଦ ପଡିଛି । ତେଣୁ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବାକୁ କେହି ଅଟକାଇ ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବି ବୋଲି କହିଛନ୍ତି ଦୀପାଳି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe