ରାଜଧାନୀରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟନଗର ଠାରେ ଥିବା ଚର୍ଚ୍ଚରେ ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ବଡଦିନ ପାଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ନବୀନ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ସାଧାରଣ ଲୋକଙ୍କ ସହ ସେ ସବୁବେଳେ ରହିଥିବା କଥା କହିଥିଲେ । /kanak/media/post_attachments/wp-content/uploads/2019/12/Screen-Shot-2019-12-24-at-8.29.12-AM-300x225.png)
ଉତ୍ସବ ଆରମ୍ଭରୁ ଖ୍ରୀଷ୍ଟମାସର କେକ୍ କାଟିଥିଲେ ମୁଖ୍ୟମନ୍ତ୍ରୀ । ଛୋଟଛୋଟ ପିଲା ମୁଖ୍ୟମନ୍ତ୍ରୀଙ୍କ ଆଗରେ ଖ୍ରୀଷ୍ଟମାସ ଗୀତ ଗାଇଥିଲେ । ସତ୍ୟନଗର ଠାରେ ଥିବା ଚର୍ଚ୍ଚରେ ବଡଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ୨୪ ତାରିଖ ରାତିରୁ ପ୍ରଭୁ ଯୀଶୁଙ୍କ ଜନ୍ମଠାରୁ ଆରମ୍ଭ କରି ୨୫ ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଥିବା କହିଛନ୍ତି ଏହାର ଚର୍ଚ୍ଚର୍ର ଅଧିକାରୀ ।
Follow Us