ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
କନକ ବ୍ୟୁରୋ : ଚଳିତ ବର୍ଷ ଜୁନମାସ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ଏହି କ୍ରମରେ ଆଜି ପ୍ରଥମ ଟିକେଟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ସର୍ବ ଭାରତୀୟ ଫୁଟବଲ ମହାସଂଘର ସାଧାରଣ ସଂପାଦକ ତଥା ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର୍ ଷ୍ଟିମାକ ମଧ୍ୟ ଉପସ୍ଥିତ ଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଫଆଇଏଚ୍ ଓଡଇଶା ହକି ବିଶ୍ୱକପ ୨୦୨୩ର ସଫଳତା ପରେ ଭୁବନେଶ୍ୱର ଓ ରାଉରକେଲାରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି ଓଡିଶା । ଏହି ଚାରିଦେଶୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଭାଗନେବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ଓଡିଶାବାସୀଙ୍କ ମଧ୍ୟରେ ଫୁଟବଲ ପ୍ରତି ବହୁତ ଭଲପାଇବା ରହିଛି । ଏହି ଚମକ୍ରାର ପ୍ରତିଯୋଗିତାର ଆୟୋଜନ ପାଇଁ ଆଉ ଏକ ସମ୍ମାନ ଏବଂ ନିଶ୍ଚିତ ଭାବରେ ରାଜ୍ୟ ଏବଂ ଭାରତର ଅନେକ ଫୁଟବଲ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବ । ଏହାସହ ମୁଖ୍ୟମନ୍ତ୍ରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଥିବା ଦଳଗୁଡିକୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡିଶା ଏବେ ଫୁଟବଲର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି । ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍ ୨୦୨୨, ସାଫ୍ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ୍ ୨୦୨୨, ଆଇଏସ୍ ଏଲ ସିଜିନ, ଆଇଡବୁଲ୍ୟୁଏଲ୍୨୦୨୧-୨୨ ଏବଂ ଓଡିଶା ମହିଳା ଲିଗ୍ ଆୟୋଜନ କରି ରାଜ୍ୟରେ ଫୁଟବଲ ଇକୋସିଷ୍ଟମର ବିକାଶକୁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରିଛି ।