କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ନବୀନ । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ ଦୁଇଟି ଉଦଘାଟନୀ ଉତ୍ସବର ଆୟୋଜନ କରିଛି ହକି ଇଣ୍ଡିଆ । ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସ୍ ବ୍ୟବସ୍ଥା ରହି ନଥିବାରୁ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ।

Advertisment

publive-image

ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା ୨୦ ତାରିଖରେ ଅନଲାଇନରେ ବିକ୍ରି ହେବ ଟିକେଟ । ୨୦ ତାରିଖ ୧୨ଟା ସମୟରେ ଅନଲାଇନରେ ଟିକେଟ କାଟିପାରିବେ ହକିପ୍ରେମୀ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରରୁ ନେଇପାରିବେ । www.ticketgenie.in ସାଇଟକୁ ଯାଇ କ୍ରୀଡାପ୍ରେମୀ ମାନେ ଅନଲାଇନରେ ଟିକେଟ କାଟିପାରିବେ ।

publive-imageହକି ବିଶ୍ୱକପ ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ଉଦଘାଟନୀ ଉତ୍ସବ ହେବ । ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବା ବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି ହେବ । ଅଫଲାଇନରେ କୌଣସି ଟିକେଟ ବିକ୍ରି କରାଯିବ ନାହିଁ । ୨୭ ତାରିଖ ଉଦଘାଟନୀ ଉତ୍ସବ ପାଇଁ ପାଖାପାଖି ୧୨ ହଜାର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ ତାରିଖ ପାଇଁ ୩୦୦୦୦ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ତେବେ ଉଦଘାଟନୀ ଉତ୍ସବରେ କୌଣସି ପାସ୍ ବ୍ୟବସ୍ଥା ରହିବ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଟିକେଟ ଦର ୫୦୦ ଟଙ୍କା ରହିଥିବା ବେଳେ ବାରବାଟୀରେ ହେବାକୁ ଥିବା ଉଦଘାଟନୀ ଉତ୍ସବର ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି ।

publive-imageହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା ଏ.ଆର ରେହମାନ ଯୋଗ ଦେଉଥିବାରୁ ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି । ବଲିଉଡ ତାରକାଙ୍କୁ ଏତେ ପାଖରୁ ଦେଖିବାର ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି କ୍ରୀଡାପ୍ରେମୀ । ଏହାଛଡା ଭାରତ ଖେଳିବାକୁ ଥିବା ମ୍ୟାଚ୍ ଗୁଡିକର ଟିକେଟ ଶେଷ ହୋଇଯାଇଛି ।