କରୋନା ନେଇ ସଚେତନ କଲେ ମୁଖ୍ୟମନ୍ତ୍ରୀ । ନିଜ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ଦେଲେ ପରାମର୍ଶ, କହିଲେ, ସଚେତନ ଓ ସତର୍କ ରହିଲେ କରୋନା ସଂକ୍ରମଣକୁ କରିହେବ ପ୍ରତିରୋଧ

799

କନକ ବ୍ୟୁରୋ: କରୋନାକୁ ନେଇ ସଚେତନ କରିବାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ । ଆଜି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଲୋକଙ୍କୁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ କରିଛନ୍ତି ।

ଭିଡିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହା ସହିତ କରୋନା ସମ୍ପର୍କିତ ଅଧିକ ସୂଚନା ଜାଣବାକୁ ଭିଡିଓର ଶେଷରେ ଏକ ହେଲପ ଲାଇନ ନଂବର ମଧ୍ୟ ଜାରି ହୋଇଛି । କରୋନାଙ୍କୁ ନେଇ ଅଧିକ ଭୟଭୀତ ନହୋଇ ସଚେତନ ହେବା ଓ ସଚେତନ କରିବାକୁ ଟୁଇଟ୍ ରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।