ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକା ଆସିଲେ ବିତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା ।

367

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ବୈଠକରେ ସାମିଲ ହୋଇ ନବୀନ କହିଛନ୍ତି, କରୋନା ଟିକା ଆସିଲେ ଆମେ ବିତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଏପରିକି ସ୍ୱାସ୍ଥ୍ୟକର୍ମୀ, ୫୦ ବର୍ଷରୁ ଅଧିକ ବୟସ୍କ ଓ ଆନ୍ୟାନ୍ୟ ଗୁରୁତର ରୋଗ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ । ଏଥିପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ନବୀନ ।

ତେବେ ଟିକା ଆସିଲେ ମଧ୍ୟ ଏହା କରୋନା ବିରୋଧରେ କେତେ ପ୍ରଭାବୀ ହେବ, ତାହା ଅଜଣା ରହିଛି । ତେଣୁ ଆମକୁ କୋଭିଡ ବିରୋଧରେ ମୁକାବିଲା ମୂଳକ ପଦକ୍ଷେପ ଜାରି ରଖିବାକୁ ପଡିବ । କରୋନା ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ ମାସ୍କ ହିଁ ସବୁଠାରୁ ଉତ୍ତମ ଭ୍ୟାକ୍ସିନ । ତେଣୁ ଆମକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ସ୍ୱଚ୍ଛତା ଅବଲମ୍ବନ କରିବା ଭଳି ଅଭ୍ୟାସକୁ ସୁନିଶ୍ଚିତ କରିବାକୁ ପଡିବ ।