ପଞ୍ଚମ ଇନିଂସର ଶପଥ ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ । ସାଥିରେ ଗଲେ ଭାଇ-ଭଉଣୀ, ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ସଚିବାଳୟ ଅଧିକାରୀ ।

436

କନକ ବ୍ୟୁରୋ: ପଞ୍ଚମ ପାଳିର ବିଧିବଦ୍ଧ ଶପଥ ପରେ ସଚିବାଳୟରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଁଚି କାର୍ଯ୍ୟଭାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସଚିବାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସବୁ ଦଫ୍ତର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ସଚିବାଳୟକୁ ପରିଦର୍ଶନ କରିଛନ୍ତି । ନବୀନଙ୍କ ସହ ଭଉଣୀ ଗୀତା ମେହେଟ୍ଟା ଏବଂ ପ୍ରଥମ କରି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ସଚିବାଳୟରେ ପହଁଚିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଦଫ୍ତରକୁ ବୁଲି ଦେଖିଥିବା ମଧ୍ୟ ସୂଚନା ମିଳିଛି ।

Comments are closed.