କନକ ବ୍ୟୁରୋ: ପଞ୍ଚମ ପାଳିର ବିଧିବଦ୍ଧ ଶପଥ ପରେ ସଚିବାଳୟରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଁଚି କାର୍ଯ୍ୟଭାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସଚିବାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସବୁ ଦଫ୍ତର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।
/kanak/media/post_attachments/wp-content/uploads/2019/05/vlcsnap-error905.png) ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ସଚିବାଳୟକୁ ପରିଦର୍ଶନ କରିଛନ୍ତି । ନବୀନଙ୍କ ସହ ଭଉଣୀ ଗୀତା ମେହେଟ୍ଟା ଏବଂ ପ୍ରଥମ କରି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ସଚିବାଳୟରେ ପହଁଚିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଦଫ୍ତରକୁ ବୁଲି ଦେଖିଥିବା ମଧ୍ୟ ସୂଚନା ମିଳିଛି ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ସଚିବାଳୟକୁ ପରିଦର୍ଶନ କରିଛନ୍ତି । ନବୀନଙ୍କ ସହ ଭଉଣୀ ଗୀତା ମେହେଟ୍ଟା ଏବଂ ପ୍ରଥମ କରି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ସଚିବାଳୟରେ ପହଁଚିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଦଫ୍ତରକୁ ବୁଲି ଦେଖିଥିବା ମଧ୍ୟ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/SUPERMO-UP.jpg)