କନକ ବ୍ୟୁରୋ : ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଖୋର୍ଦ୍ଧାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଖୋର୍ଦ୍ଧାଗଡ ଓ ପଂଚପାଇକ ସ୍ଥଳୀରେ ବିଜୟ ଉତ୍ସବ ପାଳନ କରିଛନ୍ତି ବରୁଣେଇ ଓ ଖୋର୍ଦ୍ଧା ଗଡ ବିକାଶ ପରିଷଦ । ଖୋର୍ଦ୍ଧାଗଡରେ ପାଇକ କଳା ପ୍ରଦର୍ଶନ କରିବା ସହ ସରକାରୀଙ୍କ ଏଭଳି ଘୋଷଣାକୁ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ଓଡିଆ ପାଇକ ଏକାଡେମୀ ଦ୍ୱାରା ପାଇକ ସଂଗଠନ ଉପକୃତ ହେବ ।

Advertisment

ଏହାଛଡା ହଜିବାକୁ ବସିଥିବା ଏହି ପାଇକ କଳା ପୁଣି ପୁର୍ନଜୀବିତ ହେବ ବୋଲି ବରୁଣେଇ ଖୋର୍ଦ୍ଧାଗଡ ବିକାଶ ପରିଷଦ ସଭାପତି । ଏବେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଗଡ ଖୋର୍ଦ୍ଧାଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ । ଏକାଡେମୀ ପାଇଁ ସ୍ଥାନ ନିରୂପଣ ଓ ଡିପିଆର ପ୍ରଦାନ କରିବା ପରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ବୋଲି ଜଣାପଡିଛି । ପୂର୍ବରୁ ୨୦୧୯ରେ କେନ୍ଦ୍ର ସରକାର ପାଇକ ସ୍ମାରକୀ ପାଇଁ ରଷ୍ଟ୍ରପତିଙ୍କ ଦ୍ୱାରା ଶୁଭ ଦିଆଯିବା ସହ ଅର୍ଥ ମଂଜୁର ହୋଇଥିଲା । ହେଲେ ୪ ବର୍ଷ ହେଲାଣି ସେଠାରେ ମାଟି ଗଣ୍ଡାଏ ପଡିନାହିଁ, ତେଣୁ ତରବର ଭାବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ରାଜନୈତିକ ଥୋପ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।