ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଅପିଲ: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଚିଠି ଲେଖି କଲେ ଅନୁରୋଧ

ହାଇକୋର୍ଟର ବିଚାରପତି ଓ ରାଜ୍ୟର ସବୁୁ ବିଧାୟକ ଓ ସାଂସଦମାନଙ୍କୁ ବି କଲେ ଅପିଲ

339

କନକ ବ୍ୟୁରୋ: ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି ।

ପୂର୍ବରୁ ୩୬ ଜଣ ଆଇଏଏସ ଏବଂ ଆଇପିଏସ ପୋଷ୍ୟ ସ୍କୁଲ ଗ୍ରହଣ କରିସାରିଥିବା ବେଳେ ଆଗକୁ ଆହୁରି ଅଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଅଗ୍ରହ ଦେଖାଇଛନ୍ତି ।

ସୂଚନାଯୋଗ୍ୟ କି, ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ତେବେ ଏହି ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ଡିଜିଟାଲ କ୍ଲାସ ରୁମ ହେବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ବି ୧୦୦ ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ ।