ରମାଦେବୀରେ ୪ଟି ବିଲ୍ଡିଂର ଲୋକାର୍ପଣ । ୩୩ କୋଟି ଟଙ୍କାରେ ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏହାସହ ୧୮ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

72

କନକ ବ୍ୟୁରୋ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ବିଲ୍ଡିଂର ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏକାଡେମିକ ବ୍ଲକ ୨ ଓ ୩ ଏବଂ ଅନ୍ୱେଷା ଛାତ୍ରୀ ନିବାସ ଲୋକାର୍ପିତ ହୋଇଛି । କୁନ୍ତଳା କୁମାରୀ ଗ୍ରନ୍ଥାଗାର ମଧ୍ୟ ଲୋକାର୍ପିତ ହୋଇଛି ।

ଏହାସହ ମୁଖ୍ୟମନ୍ତ୍ରୀ ରମାଦେବୀରେ ୧୮ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ବିଲ୍ଡିଂ, ଛାତ୍ରୀ ନିବାସ ଓ ଏକାଡେମିକ ବ୍ଲକ ଗୁଡିକର ନବୀକରଣ ଲାଗି ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଲୋକାର୍ପିତ କାର୍ଯ୍ୟକ୍ରମ ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।