କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର । ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର, ଜାଣନ୍ତୁ କରୋନାକୁ ନେଇ କ୍ୟାବିନେଟରେ କଣ ନିଆଯାଇଛି ନିଷ୍ପତି ।

850

କନକ ବ୍ୟୁରୋ : କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର ।  ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଥିବା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଛଡା ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ପରୀକ୍ଷା ଚାଲୁ ରହିବ ବୋଲି ନିଷ୍ପତି ନିଆଯାଇଛି । ସେହିଭଳି ସିନେମା ହଲ, ସ୍ୱିମିଙ୍ଗ ପୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏହାବାଦ୍ କୌଣସି ଧାର୍ମିକ ସମାବେଶରେ ଏକଜୁଟ ନ ହେବାକୁ କୁହାଯାଇଛି ।

ସବୁଠୁ ବଡ କଥା ହେଲା, ଯେହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିଛି । ଗତ ୪୫ ଦିନ ହେଲା କରୋନା ଭାଇରସ ଭୟ ବିଶ୍ବକୁ  ଗୁରୁତର ଭାବେ ପ୍ରଭାବିତ କଲାଣି। କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି, ଏହି ରୋଗ ବ୍ୟାପିଵାର ଯଥେଷ୍ଟ ସମ୍ଭାବନା ଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ ଟିମ ଏହାକୁ ନିରୀକ୍ଷଣ କରିଵ। ସେହିଭଳି ବାହାରେ ଛେପ ନ ପକାଇବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ବିବାହ, ବତ୍ର କିମ୍ବା କୌଣସି ଉତ୍ସବରେ ଏକାଠି ନହେବାକୁ ଅନୁରୋଧ କରିଛନ୍ତି ନବୀନ । ସେହିଭଳି କରୋନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ନବୀନ ।