ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋଙ୍କ ଉଦବୋଧନ : କହିଲେ ୩ଟି କଥାକୁ ଦିଅ ଗୁରୁତ୍ୱ; ପରିବାରର ବାପା, ମାଆଙ୍କ ପ୍ରତି ଦାୟିତ୍ୱକୁ ନଭୁଲିବାକୁ ଦେଲେ ପରାମର୍ଶ

111

କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ । ଓଡିଆ ଜାତି ଏକ ମହାନ ଜାତି । ଓଡିଶା ପ୍ରତି ମହାନ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ । ୩ଟି କଥାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ । ପରିବାରର ବାପା, ମଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଓ ସମାଜର ବିକାଶ ପାଇଁ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ଏହା ସହ ସୋସିଆଲ ମିଡିଆରେ ଠିକ ଭାବେ ବ୍ୟବହାର କରିବାକୁ କରିଛନ୍ତି ନବୀନ । ୟୁନିକ ଆଇଡେଂଟିକୁ ଭଲ ଭାବେ ଜାଣନ୍ତୁ । ଭବିଷ୍ୟତରେ ଏହାର ପ୍ରଚାର ପ୍ରସାର କରିନ୍ତୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃ ମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି ।