ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ କେନ୍ଦ୍ରମନ୍ତ୍ରୀ କରୁଥିଲେ ବିରୋଧ; ସୁପ୍ରିମକୋର୍ଟ କମିଟି ପାଖରୁ ଅନୁମତି ନେଇ ହୋଇଛି କଲେଜ

202

କନକ ବ୍ୟୁରୋ: ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ଆଜି ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରବେଳେ ନାଁ ନ ନେଇ ଜଣେ କେନ୍ଦମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୨୦ ପ୍ରତିଶତ । ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ବାରିପଦା ମେଡିକାଲ କଲେଜକୁ ବିରୋଧ କରୁଥିଲେ ।

ରାଜ୍ୟ ସରକାର ସୁପ୍ରିମକୋର୍ଟର ଏମପାୱାର କମିଟି ପାଖରୁ ଅନୁମତି ନେଇ ମେଡିକାଲ କଲେଜ କରିଛନ୍ତି । ଏ କି ପ୍ରକାର ରାଜନୀତି । ଏସଟି ଏସ୍ସି ପିଲାଙ୍କ ଛାତ୍ରବୃତି ବନ୍ଦ କରାଗଲା । ମୟୁରଭଞ୍ଜରେ ରେଳ ସମ୍ପ୍ରସାରଣ ସମ୍ପୂର୍ଣ୍ଣ ଜିରୋ । ମୟୁରଭଞ୍ଜର ସ୍ୱାଭିମାନୀ ଜନତା ଏହାର ଉଚିତ ଜବାବ ଦେବେ । ସାଢେ ଚାରିକୋଟି ଓଡିଶାବାସୀ ମୋର ପରିବାର । ଶେଷନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଆପଣମାନଙ୍କର ସେବା କରିଚାଲିିବି ।

ସେହିଭଳି କେନ୍ଦ୍ର ଓ ମୋଦିଙ୍କୁ ବି ଟାର୍ଗେଟ କରିଛନ୍ତି । କେନ୍ଦ୍ରରେ କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ । କେନ୍ଦ୍ରରେ ସରକାର ଗଠନରେ ଓଡିଶା ଓଡିଶାବାସୀଙ୍କର ବିଶେଷ ଭୂମିକା ରହିବ । ଏହା ଆମ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।