ବାସୁଦେବପୁରରେ ନବୀନଙ୍କ ପ୍ରଶ୍ନ । ‘ଡବଲ ଇଂଜିନ’ ରାଜ୍ୟରେ କାହିଁକି ହାରିଲା ବିଜେପି?

217

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାରରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ଆଜି ପ୍ରଥମେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବାସୁଦେବପୁରରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ । ଆଉ ଏହି ପ୍ରଚାର ବେଳେ ଡବଲ ଇଂଜିନର ପ୍ରସଙ୍ଗ ଉଠାଇଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ଡବଲ ଇଂଜିନର ନାରା ଦେଉଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ନବୀନ । ଓଡ଼ିଶାରେ ଡବଲ ଇଂଜିନ ସରକାର ଗଢିବାର ସ୍ୱପ୍ନ ଦେଖାଉଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ନବୀନ ।

ରାଜ୍ୟରେ ଡବଲ ଇଂଜିନର ନାରା ଦେଉଥିବା ବିଜେପିକୁ ନିଜସ୍ୱ ଢ଼ଙ୍ଗରେ କାଉଂଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବା ସହ ବିଜେପିକୁ ଡବଲ ଇଂଜିନର ଆଇନା ଦେଖାଇଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନ ବେଳେ କେନ୍ଦ୍ରର ବଡ ବଡ ନେତାମାନେ ଓଡିଶାକୁ ମାରାଥନ ଗସ୍ତରେ ଆସୁଛନ୍ତି । ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର ଦେଖା ମୁଳୁନାହିଁ ବୋଲି ଅଭିଯୋଗ କରିବା ସହ ଜନସଭାରେ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ୨୦୧୪ରେ ବିଜେପି ବହୁମତର ସରକାର ଗଠନ କରିଥିଲା । ଲୋକଙ୍କର ବହୁତ ଆସ୍ଥା ଏବଂ ଭରଷା ବିଜେପି ଉପରେ ରହିଥିଲା ହେଲେ ସରାକର ଗଠନର ୫ ବର୍ଷରେ ବିଜେପି ଲୋକଙ୍କର ବିଶ୍ୱାସ ହରାଇଛି ବୋଲି ଅଭିଯୋଗ କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣ ପରେ ଗରିବ ଆହୁରୀ ଗରିବ ହୋଇଛି । ଚାଷୀ ପାଇଁ ବି କିଛି କଲେ ନାହିଁ । ସେଥିପାଇଁ ସବୁ ନିର୍ବାଚନରେ ବିଜେପକୁ ପରାଜୟର ମୁହଁ ଦେଖିବାକୁ ମିଳୁଛି । ତେବେ ଡବଲ ଇଂଜିନର ଆଖ୍ୟା ଦେଇ ବିରୋଧୀଙ୍କ କାଉଂଟର କରି ନବୀନ ପ୍ରଶ୍ନ କରିଛନ୍ତି କି, । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ , ପଂଜାବ ସବୁଥିରେ ତ ଡବଲ ଇଂଜିନ ସରକାର ଥିଲା କିନ୍ତୁ ଫଳ କଣ ଆସିଲା । ରାଜ୍ୟରେ ବିଜେପି କାହିଁକି ହାରିଗଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ । ସେହିଭଳି ବିଜେପିର ଗଡ ବୋଲାଉଥିବା ଗୁଜୁରାଟରେ ବିଜେପିକୁ ବହୁମତ ମିଳିଲାନି । ଏଠାରୁ ସେ ହାରୁ ହାରୁ ଜିତିଛି ବୋଲି କଟାକ୍ଷ୍ୟ କରିବା ସହ ସାରା ଦେଶରେ ବିଜେପି ଏଥର ହାରୁଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।