ନିର୍ବାଚନ ତାରିଖ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ନବୀନ କହିଲେ, ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ଖୁବ୍ ଶୀଘ୍ର ଘୋଷଣା ହେବ ପ୍ରଥମ ପର୍ଯ୍ୟାୟ ତାଲିକା

ସେପଟେ ବିଜେଡି ଆରମ୍ଭ କଲା ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ

211

କନକ ବ୍ୟୁରୋ: ନିର୍ବାଚନୀ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ତାଙ୍କ ଦଳ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଲଗାତାର ୪ ଥର ନିର୍ବାଚନ ଜିତିବା ପରେ ଏଥର ୫ମ ଥର ପାଇଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଚନ୍ତି ନବୀନ । ଗୋଟିଏ ପଟେ ପୁଲୱାମା ପରେ ମୋଦିଙ୍କ ହାୱା ଆଉ ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ନୂଆ ଜୋଶ ନେଇ କଂଗ୍ରେସର ରଣନୀତି, ଆଉ ତା ଭିତରେ ସ୍ୱଚ୍ଛ ରାଜନୀତି ଓ ଓଡିଶା ବିକାଶର ନାରା ଦେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ନବୀନ । ଓଡିଶାବାସୀଙ୍କ ସମର୍ଥନ ହାସଲ ପାଇଁ ୪ର୍ଥ ପାଳିରେ ନବୀନ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଗୋଟିଚାଳନା କରିଛନ୍ତି, ତା ଭିତରେ କାଳିଆ, ପୀଠା ଓ ମିଶନ ଶକ୍ତି ପ୍ରମୁଖ ରହିଛି । କାଳିଆ ଯୋଜନା ମାଧ୍ୟମରେ ଚାଷୀ ପରିବାରର ସମର୍ଥନ ହାସଲ ପାଇଁ ବଡ ଉଦ୍ୟମ କରିଛନ୍ତି ନବୀନ । ଏବେ ଦେଖିବାର କଥା ୨୦୧୯ର ସାଧାରଣ ନିର୍ବାଚନରେ ଓଡିଶାବାସୀ କାହା ମୁଣ୍ଡରେ ସୁନାକଳସ ଢାଳୁଛି ।

ସେପଟେ, ଆଜିଠାରୁ ବିଜେଡିର ହକ୍ ମାଗୁଛି ଓଡିଶା ଅଭିଯାନ ଆରମ୍ଭ ହୋଇଛି । ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ, ରେଳବାଇ , ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତି, ଉଜ୍ଜଳା ଆଜି ୧୧ଟି ପ୍ରସଙ୍ଗ ନେଇ ଲଢ଼େଇ କରିବାକୁ ନିଷ୍ପତି ନେଇଛି ବିଜେଡିି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତି ଜିଲ୍ଲାର ଗ୍ରାମପଂଚାୟତଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।