‘କାଳିଆ’ ଟଙ୍କା ଅଟକାଯାଇଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । କହିଲେ, କେନ୍ଦ୍ରୀୟ ଯୋଜନା ଚାଲୁଛି, କାଳିଆ ଟଙ୍କା ଅଟକାଯାଉଛି ।

423

କନକ ବ୍ୟୁରୋ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯାଇଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ । ଏନେଇ କହିଛନ୍ତି କି, କାଳିଆ ଟଙ୍କା ଅଟକା ଯାଇଥିବା ପ୍ରସଙ୍ଗରେ ସିଇଓଙ୍କ ନିକଟକୁ ଆସିଥିଲି । କାଳିଆ ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏପରିକି କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଛି, କାଳିଆ ଟଙ୍କାକୁ ଅଟକା ଯାଉଛି ବୋଲି ସିଇଓଙ୍କ ଅବଗତ କରାଇଛି । ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ବିଜେପିକୁ ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅମର ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଭର୍ତ୍ତୁହରି ମହତାବ, ଅରୁପ ପଟ୍ଟନାୟକ ଓ ମୀନତି ବେହେରା ମଧ୍ୟ ସିଇଓଙ୍କ ଅଫିସରେ ଫେରାଦ ହୋଇଛନ୍ତି ।

ପୂର୍ବରୁ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ କାଳିଆ ଟଙ୍କା ବନ୍ଦ କରିବା ନେଇ ସଇଓ ଚିଠି ଲେଖିଥିଲେ । ଏହାପରେ କାଳିଆ ଟଙ୍କା ବନ୍ଦ କରାଯାଇଥିଲା । ହେଲେ ଏହାକୁ ବନ୍ଦ ନକରିବା ପାଇଁ ବିଜେଡି ପ୍ରତିନିଧି ଦଳ ବାରମ୍ବାର ସିଇଓଙ୍କ ନିକଟରେ ଫେରାଦ ହୋଇଥିଲେ ଏବଂ ବିଜେପି ଚାପରେ କାଳିଆ ଟଙ୍କା ଅଟକା ଯାଉଥିବା ଅଭିଯୋଗ କରିଥିଲା ବିଜେଡି ।