ଆଜି ସନ୍ଧ୍ୟା ସାଢେ ୫ଟାରେ ‘ୟାସ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ମୁଖ୍ୟଶାସନ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ।

86

କନକ ବ୍ୟୁରୋ: ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ଆଜି ସନ୍ଧ୍ୟା ସାଢେ ୫ଟାରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ସେ କ୍ଷୟକ୍ଷତି ଆକଳନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଛି ସ୍ପେଶାଲ୍ ପ୍ୟାକେଜ୍ ଘୋଷଣା କରିବା ନେଇ ଅନୁମାନ କରାଯାଉଛିି ।

ଗତକାଲି ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବାପରେ ଆଜି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିସାରିଛନ୍ତି । ଏହାପରେ ସେ ତାଙ୍କର ବ୍ୟକ୍ତିଗତ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଆଉ ଯେଉଁଆଡେ ଆଖି ଯାଉଛି କେବଳ ପାଣି ହିଁ ପାଣି । ଏପରି ସ୍ଥିତି ଯେ, କେଉଁପଟେ ସ୍ଥଳଭାଗ ଓ କେଉଁଠାରେ ସମୁଦ୍ର ତାହା ଜାଣିବା କଷ୍ଟକର । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସ୍ଥାନାନ୍ତରଣ କାର୍ଯ୍ୟ ସହ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀକୁ ପ୍ରଶଂସା କରିଛନ୍ତି ।