କନକ ବ୍ୟୁରୋ : ଅନୌପଚାରିକ ଭାବେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଆଲୋଚନାରେ କୌଣସି ସରକାରୀ କାର୍ଯ୍ୟ କିମ୍ବା ବିଭାଗ ବିଷୟରେ ଆଲୋଚନା ହୋଇନଥଲା । ବରଂ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ତା ହୋଇଥିଲେ ନବୀନ । ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ଏହି ଆଲୋଚନା ସମ୍ପୂର୍ଣ୍ଣ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା ।
ସବୁବେଳେ ଧଳା କୁର୍ତା ପାଇଜାମା ପିନ୍ଧିଥିବା ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିିଳିଛି । ନବୀନ ଏକ ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ପାଖରେ ଫାଇଭ୍-ଟି ସଚିବ ଉପସ୍ଥିତ ଥିଲେ । ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋ ଅନେକ ଚର୍ଚ୍ଚା ସାଉଁଠିଛି । ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ଅନୌପଚାରିକ ଆଲୋଚନା କରିଥିବା କୁହାଯାଉଥିଲେ ବି ଏଭଳି ଫଟୋ ଆସିନଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଏହି ଫଟୋ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/CM-NON-FORMAL-DRESS.jpeg)