ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

Advertisment
ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଉଦଘାଟିତ ହେଲା କୃଷି ଓଡିଶା । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ୫ ଦିନିଆ କୃଷି ପ୍ରଦର୍ଶନୀ । ୧୫ ମାର୍ଚ୍ଚରୁ ୧୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ୫ ଶହ ଚାଷୀ ଯୋଗଦେଇଥିବା ବେଳେ ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ: ଚାଷୀର ବିକାଶ

ତେବେ କୃଷି ଓଡିଶାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଡିଆରେ ମୁଁ ଅନେକ ସଫଳ ଚାଷୀଙ୍କ ଖବର ଶୁଣୁଛି । ସେସବୁ ଶୁଣି ମୁଁ ବହୁତ ଖୁସି । ଚାଷୀଙ୍କ ସହ ମୁଁ ସବୁବେଳେ ରହିଛି, ରହିଥିବି । ଚାଷୀ କିପରି କୃଷି ଉତ୍ପାଦର ସଠିକ ମୁଖ୍ୟ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe