କନକ ବ୍ୟୁରୋ: ଉଦଘାଟିତ ହେଲା କୃଷି ଓଡିଶା । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ୫ ଦିନିଆ କୃଷି ପ୍ରଦର୍ଶନୀ । ୧୫ ମାର୍ଚ୍ଚରୁ ୧୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ୫ ଶହ ଚାଷୀ ଯୋଗଦେଇଥିବା ବେଳେ ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ: ଚାଷୀର ବିକାଶ ।
ତେବେ କୃଷି ଓଡିଶାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଡିଆରେ ମୁଁ ଅନେକ ସଫଳ ଚାଷୀଙ୍କ ଖବର ଶୁଣୁଛି । ସେସବୁ ଶୁଣି ମୁଁ ବହୁତ ଖୁସି । ଚାଷୀଙ୍କ ସହ ମୁଁ ସବୁବେଳେ ରହିଛି, ରହିଥିବି । ଚାଷୀ କିପରି କୃଷି ଉତ୍ପାଦର ସଠିକ ମୁଖ୍ୟ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/23-17.jpg)