ବରଗଡ, ବରପାଲ୍ଲୀ ପରେ ବିଜେପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ । କହିଲେ, ବିଜେପୁରର ବିକାଶ ହେଉଛି ମୋର ଦାୟିତ୍ୱ

Advertisment
ବରଗଡ, ବରପାଲ୍ଲୀ ପରେ ବିଜେପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ । କହିଲେ, ବିଜେପୁରର ବିକାଶ ହେଉଛି ମୋର ଦାୟିତ୍ୱ

କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରରେ ଦିନ ରାତି ଏକ କରି ପ୍ରଚାର କରିବା ପରେ ଆଜି ପୁଣି ବରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ଏହି ମର୍ମରେ ନିଜ ନିର୍ବାଚନ ମଣ୍ଡଳୀ ତଥା ବିଜେପୁରରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ।

publive-image

ବିଜେପୁରରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ବିଜେପୁରବାସୀଙ୍କୁ ଉଦବୋଧନ ଦେବା ସହ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କହି ଅଭିଭାଷଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ନବୀନ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅଂଚଳରୁ ବହୁ ବନ୍ଧୁମାନେ ମୋତେ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଆଉ ଆପଣଙ୍କ ଅନୁରୋଧ କ୍ରମେ ମୁଁ ଏଠାରୁ ଲଢିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ନବୀନ ।

publive-image

ତେବେ ବିଜେପରୁ ସଭା ମଂଚରୁ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । 'କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ବିଜେପୁରର ବିକାଶ ମୋର ଦାୟିତ୍ୱ । ଆପଣମାନେ ମୋର ପରିବାର ।' ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ(ନବୀନ ପଟ୍ଟନାୟକ) ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

publive-image

ଏହାପୂର୍ବରୁ ବରଗଡ ନିର୍ବାଚନୀ ସଭାରୁ ୨କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବରଗଡ ଧନୁଯାତ୍ରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ୨ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି ଦିଲ୍ଲୀରେ ଓଡିଶା ପାଇଁ ନେତାମାନେ ପାଟି ଖୋଲୁ ନାହାଁନ୍ତି । ନିର୍ବାଚନ ସମୟ ଆସିଲେ ଓଡିଶାରେ ପ୍ରଚାର କରୁଛନ୍ତି । ପୁଣି ଦେଖା ମିଳିବନି । ଏହା ସହିତ କହିଛନ୍ତି କାଳିଆ ଟଙ୍କାକୁ କେହି ବନ୍ଦ୍ କରିପାରିବେ ନାହିଁ । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ ହଜାର ଟଙ୍କା ସମସ୍ତ ଚାଷୀଙ୍କ ଅକାଉଂଟକୁ ଯିବ । ଏହା ସହିତ ଦଳୀୟ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe