ନେତା- ଅଫିସରଙ୍କ ସମ୍ପତ୍ତି କେତେ ? ଜନତା ଜାଣିବେ ସମ୍ପତ୍ତି ତାଲିକା । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ହେବ ସମସ୍ତଙ୍କ ସମ୍ପତ୍ତି ।

434

କନକ ବ୍ୟୁରୋ: ଜନତା ଜାଣିବେ ନେତା, ଅଫିସରଙ୍କ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ । ସାଧାରଣ ଲୋକଟିଏ ଜାଣିବ ନେତା, ବାବୁଙ୍କ ସମ୍ପତ୍ତି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ, ଲଢେଇ କରିଛୁ ରୋଗ, ବିପର୍ଯ୍ୟୟ ବିରୋଧରେ ।

ଦୁର୍ନୀତିରେ ଯିଏ ବି ହେଉନା କାହିଁକି ଯଦି ସମ୍ପୃକ୍ତି ଥିବ ତେବେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ । ଆଗକୁ ଏହି ଲଢେଇ ଜୋରଦାର ହେବ । ଦୁର୍ନୀତି ବିରୋଧରେ ଆମର ଲଢେଇ ସାଲିସବିହୀନ ହେବ । ବର୍ଷେ ମଧ୍ୟରେ ୯୧ ଜଣଙ୍କ ଚାକିରି ବନ୍ଦ କରିଛୁ । ଏଥିପାଇଁ ସାରା ଦେଶରେ ପ୍ରଂଶସା ମିଳିଛି ।

ତେବେ ଉଦବୋଧନରେ ସବୁଠାରୁ ବଡ ପ୍ରସଙ୍ଗଟିଏ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଜନତା ଜାଣି ପାରିବେ ନେତା-ଅଫିସରଙ୍କ ସମ୍ପତ୍ତି ତାଲିକା । ସବୁ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯିବ । ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ବର୍ଷ ଶେଷକୁ ସେମାନେ ସମ୍ପତ୍ତି ତାଲିକା ଦେବେ । ବିଜେଡିର ସମସ୍ତ ନେତା ସମ୍ପତ୍ତି ତାଲିକା ଦେବେ ବୋଲି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି ଦୁର୍ନୀତି ବିରୋଧରେ ମନ୍ତ୍ର ଫୁଙ୍କିଛନ୍ତି ।