ପ୍ୟାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ସନ୍ଦେଶ ! କହିଲେ, ପ୍ୟାରୀ ବାବୁ ଥିଲେ ଦକ୍ଷ ପ୍ରଶାସକ

31

କନକ ବ୍ୟୁରୋ : ପ୍ୟାରୀମୋହନ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ପ୍ୟାରୀମୋହନ ଜଣେ ଦକ୍ଷ ପ୍ରଶାସକ ଥିଲେ, କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ନବୀନ କହିଛନ୍ତି ।

ରାଜନୀତିରେ ମଧ୍ୟ ନିଜ ଦକ୍ଷତା ପ୍ରମାଣ କରିଥିଲେ ଏହାସହ ସାଂଗଠନିକ ଦକ୍ଷତା ପାଇଁ ଓଡ଼ିଶା ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ ପରିବାରକୁ ନବୀନ ସମବେଦନା ଜଣାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –