ମିଶନ ଶକ୍ତି ମେଳାରେ ମୁଖ୍ୟମନ୍ତ୍ରୀ: ବୁଲିଲେ, ଗହଣା ବାକ୍ସ କିଣିଲେ । ସବାଇ ଘାସରେ ତିଆରି ସପିଂ ବ୍ୟାଗ ବି ସାଙ୍ଗରେ ଆଣିଲେ

695

କନକ ବ୍ୟୁରୋ: ନବୀନ କିଣିଲେ ଗହଣା ବାକ୍ସ । ମିଶନ ଶକ୍ତି ମେଳାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗହଣା ବାକ୍ସ କିଣିଲେ । ୨୫୦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଏହି ବାକ୍ସ କିଣିଛନ୍ତି । ଖାଲି ଗହଣା ବାକ୍ସ ନୁହେଁ ସପିଂ ବ୍ୟାଗ ବି କିଣିଛନ୍ତି ମୁଖ୍ୟମନ୍ତ୍ରୀ । ସବାଇ ଘାସରେ ତିଆରି ସପିଂ ବ୍ୟାଗକୁ ନବୀନ ୨୫୦ ଟଙ୍କାରେ କିଣି ମୋଟ ୫୦୦ ଟଙ୍କା ଦେଇଛନ୍ତି ।

ତେବେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ଆଜି ସଂଧ୍ୟାରେ ବୁଲିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ପରିଦର୍ଶନ ବେଳେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନବୀନ ପ୍ରଶଂସା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କିଭଳି ଆଗାମୀ ଦିନରେ ଏହାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ ।

ଚଳିତ ଥର ମିଶନ ଶକ୍ତି ମେଳାରେ ୨୦୨ଟି ଷ୍ଟଲ ଲାଗିଛି । ଯେଉଁଥିରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ବିକ୍ରି ହେଉଛି । ଏଥିସହ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି । ଯାହାକୁ ବୁଲି ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ଯାଇଥିଲେ ।

ତେବେ ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତିକରଣ କରିବାକୁ ୨୦୦୧ରେ ମୁଖ୍ୟମନ୍ତ୍ରୀନ ନବୀନ ମିଶନ ଶକ୍ତି ଆରମ୍ଭ କରିଥିଲେ । ଯାହା ଏବେ ଏକ ବିପ୍ଲବରେ ପରିଣତ ହେବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.