୫୦୦ ଏଏସଓ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ କାମ କରିବେ କୃତି ଛାତ୍ରଛାତ୍ରୀ

Advertisment
୫୦୦ ଏଏସଓ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ କାମ କରିବେ କୃତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି) ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍ ସେକ୍ସନ ଅଫିସର ପଦବୀ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ଜାନୁଆରୀ ୨୦ ତାରିଖରେ ରାଜ୍ୟ ସଚିବାଳୟରେ ଖାଲି ପଡ଼ିଥିବା ୫୦୦ଟି ଏଏସଓ ପଦ ପୂରଣ ଲାଗି ଓପିଏସସି ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ନିଯୁକ୍ତି ଲାଗି ଓପିଏସସି ସୁପାରିସ କରିଥିଲା। ଏମାନଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି।

ଏହାପୂର୍ବରୁ ଏଏସଓ ପରୀକ୍ଷାର ଚୂଡାନ୍ତ ଫଳାଫଳ ଗତ କିଛି ଦିନ ପୂର୍ବେ ପ୍ରକାଶ ପାଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଏଣିକି ରାଜ୍ୟ ସଚିବାଳୟରେ କାର୍ଯ୍ୟ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe