ରୋଗୀ ସେବା ପାଇଁ ଆଉ ଅଭାବ ପଡିବେନି ଡାକ୍ତର, ୯୩୮ ଜଣଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ।

439

କନକ ବ୍ୟୁରୋ : ଡାକ୍ତରଙ୍କ ବିନା ଆଉ ହନ୍ତସନ୍ତ ହେବେନି ରୋଗୀ । ସ୍ୱାସ୍ଥ୍ୟ ସେବାରେ ଆସିବ ବଡ ପରିବର୍ତ୍ତନ । ଡାକ୍ତରଖାନାରେ ଆଉ ଦେଖା ଦେବନି ଡାକ୍ତରୀ ଅଭାବ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଉତ୍ତମ ଚିକିତ୍ସା ପହଞ୍ଚାଇବା ପାଇଁ ଡାକ୍ତର ନିଯୁକ୍ତିରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଡାକ୍ତର ନିଯୁକ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ ହେବ । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଅନୁସାରେ ବିଭିନ୍ନ ହସ୍ପିଟାଲରେ ୯୩୮ ନୂଆ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ଏତେ ସଂଖ୍ୟକ ଡାକ୍ତର ନିଯୁକ୍ତି ଦ୍ୱାରା ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ ହେବ ।