କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କାଲି ସଂଧ୍ୟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ନିବେଦନ କଲେ । ଟିଭି ଓ ସୋସିଆଲ ମିଡିଆରେ ଓଡ଼ିଶାବାସୀଙ୍କୁ ଶପଥ ପାଠ କରାଇବେ ନବୀନ

740

କନକ ବ୍ୟୁରୋ: କରୋନା ବିରୋଧରେ କଷ୍ଟକର ଲଢ଼େଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ସମ୍ମାନରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସଂଧ୍ୟା ୬ଟାରେ ଯିଏ ଯେଉଁଠି ଥାଉ ନା କାହିଁକି ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ନବୀନ ।

ଏହା ସହ ଟିଭି ଓ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଶପଥ ପାଠ କରାଇବେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ଯେପରି ସହାୟତା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।