ବରଗଡ ପାଇଁ ଡବଲ ଧମାକା ! ଦୁଇ ମାସରେ ଦୁଇଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ୟାନସର ହସ୍ପିଟାଲ ପରେ ଏବେ ହେବ ଅର୍ବାନ ସିଏଚସି

900

କନକ ବ୍ୟୁରୋ: ବରଗଡ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବରଗଡ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି ହେବ । ଏହି ସିଏଚସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସହ ଓପିଡି ସେବା ମଧ୍ୟ ଯୋଗାଇ ଦିଆଯିବ । ତେବେ ରୋଗୀଙ୍କ ଯାତାୟାତର ସୁବିଧା ପାଇଁ ପୁରୁଣା ଓ ନୂଆ ଡାକ୍ତରଖାନା ମଧ୍ୟରେ ମାଗଣା ବସ ଏବଂ ଆମ୍ବୁଲାନ୍ସ ଚଳାଚଳ କରିବ । ଯାହା ଫଳରେ ରୋଗୀମାନେ ସୁବିଧାରେ ଯିବା ଆସିବା କରି ପାରିବେ ।

ତେବେ ବରଗଡବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ବଡ ଘୋଷଣା କରୁଛନ୍ତି । କିଛି ଦିନ ପୂର୍ବରୁ ବରଗଡରେ କ୍ୟାନସର ହସ୍ପିଟାଲ ପାଇଁ ବଡ ଘୋଷଣା କରିଥିଲେ ନବୀନ । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ କ୍ୟାନସରକୁ ନେଇ ମଧ୍ୟ ନମ୍ବର ୱାନରେ ରହିଛି । ଅଧିକ ଅମଳ ପାଇଁ ଧାନରେ ସାର, ବିଷ ଯୋଗୁଁ ସମସ୍ତଙ୍କୁ କ୍ୟାନସର ହେଉଥିବା ଅଭିଯୋଗ ହେଉଥିଲା । ଏଥିପାଇଁ ଦୀର୍ଘଦିନ ହେବ ବରଗଡରେ ଏକ କ୍ୟାନସର ହସ୍ପିଟାଲ ହେଉ ବୋଲି ଦାବି ମଧ୍ୟ ହୋଇ ଆସୁଥିଲା । ଆଉ ନବୀନ ସମ୍ବଲପୁର ଗସ୍ତରେ ଯାଇ କିଛି ଦିନ ତଳେ କ୍ୟାନସର ହସ୍ପିଟାଲ ନେଇ ଘୋଷଣା କରିଥିଲେ ।