ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ କହିଲେ ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ।

177

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହେବା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ।

ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀ ଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ । ସେଥିପାଇଁ ଏହି କାମକୁ ହାତକୁ ନିଆଯାଉଛି । ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି । ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ ।

ତେବେ ଶୁଭାରମ୍ଭ ବେଳେ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ବଡ ଆକର୍ଷଣ ହୋଇ ରହିଥି । ତେଣୁ ତାର ସ୍ୱଚ୍ଛତା ଆମର ନୈତିକ ଦାୟିତ୍ୱ ବୋଲି ନବୀନ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.